Kód: 45156483
ନିର୍ବାଣ ପାଇଁ ଜିଜ୍ଞାସା ରଖିଥିବା ସିଦ୍ଧାର୍ଥ ଭିନ୍ନ ଭିନ୍ନ ଅନୁଭବ ଲାଭ କରି ପରିଶେଷରେ ନିର୍ବାଣ ଲାଭ କରିଥିଲେ । ପ୍ରତ୍ୟେକ ମଣିଷ ଯିଏ କିଛି ପ୍ରାପ୍ତିର ଆକାଂକ୍ଷା ରଖନ୍ତି, ତାଙ୍କୁ ସିଦ୍ଧାର୍ଥ ଭଳି ସାହସୀ ହେବାକୁ ହେବ । କେବଳ ନିଜ ଅନୁଭବ ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ଅବା ... celý popis
Urijština
Nákupem získáte 38 bodů
Anotace knihy
ନିର୍ବାଣ ପାଇଁ ଜିଜ୍ଞାସା ରଖିଥିବା ସିଦ୍ଧାର୍ଥ ଭିନ୍ନ ଭିନ୍ନ ଅନୁଭବ ଲାଭ କରି ପରିଶେଷରେ ନିର୍ବାଣ ଲାଭ କରିଥିଲେ । ପ୍ରତ୍ୟେକ ମଣିଷ ଯିଏ କିଛି ପ୍ରାପ୍ତିର ଆକାଂକ୍ଷା ରଖନ୍ତି, ତାଙ୍କୁ ସିଦ୍ଧାର୍ଥ ଭଳି ସାହସୀ ହେବାକୁ ହେବ । କେବଳ ନିଜ ଅନୁଭବ ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ଅବା ନିର୍ବାଣ ସମ୍ଭବ । କାରଣ ଜ୍ଞାନକୁ ନା ଶିକ୍ଷା ଦିଆଯାଇପାରେ ନା ଅନ୍ୟର ଅନୁଭବରୁ ତାହା ଆମକୁ ମିଳେ । ନିଜସ୍ୱ ଅନୁଭବ ଦ୍ୱାରା ହିଁ ଜ୍ଞାନଲାଭ ସମ୍ଭବ । ମାନବ ନଦୀ ଭଳି ନିଜ ଭାବନାକୁ ପ୍ରତିରୋଧ ନ କରି ବହିଯିବାକୁ ଛାଡ଼ିଦେବା ଉଚିତ । ନଦୀର ମାର୍ଗରେ ଯଦି ବିଶାଳ ପଥରଖଣ୍ଡ ଆସି ଅନ୍ତରାୟ ସୃଷ୍ଟି କରେ ତେବେ ନଦୀର ସ୍ରୋତ ତା'ର ଚତୁଃପାଶ୍ୱର୍କୁ ଆପ୍ଳୁତ କରି ଆଗକୁ ବହିଚାଲେ । 'ସିଦ୍ଧାର୍ଥ' ଉପନ୍ୟାସରେ 'ଜ୍ଞାନ' ଏବଂ 'ଶିକ୍ଷା' ମଧ୍ୟରେ ଥିବା ପାର୍ଥକ୍ୟ ସୁସ୍ପଷ୍ଟ । ଶିକ୍ଷା ସମସ୍ତଙ୍କୁ ଦିଆଯାଇପାରେ; ମାତ୍ର କଠିନ ପରିଶ୍ରମ ଦ୍ୱାରା ଜ୍ଞାନପ୍ରାପ୍ତି ସମ୍ଭବ ଏବଂ ଏହା କେବଳ ମାନବର ଅନୁଭବ ଦ୍ୱାରା ହାସଲ ହୋଇପାରେ । ଜ୍ଞାନରୁ ହିଁ ମୋକ୍ଷ (ନିର୍ବାଣ) ଲାଭ ହୁଏ । ମାନବର ଭାଗ୍ୟ ଓ ତା'ର ଜୀବନର ମାର୍ଗ ତାକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ । ମଣିଷର ମନ ଯେଉଁଠାରେ ନିବିଷ୍ଟ ହୁଏ, ସେହିଠାରେ ହିଁ ଜ୍ଞାନ ତାକୁ ପ୍ରାପ୍ତ ହୁଏ । 'ମନ ମୂଳେ ଏ ଜଗତ' - ଏହା 'ସିଦ୍ଧାର୍ଥ' ଉପନ୍ୟାସର ଅନ୍ତଃସ୍ୱର ।
Parametry knihy
Zařazení knihy Knihy v němčině Belletristik Erzählende Literatur Hauptwerk vor 1945
381 Kč
UrijštinaOsobní odběr Praha, Brno a 46010 dalších
Copyright ©2008-26 nejlevnejsi-knihy.cz Všechna práva vyhrazenaSoukromíCookies
Vrácení do měsíce
571 999 099 (8-15.30h)Nákupní košík ( prázdný )