Kód: 44124367
୧୯୯୦-୯୧ ମସିହା ଭାରତର ଅର୍ଥନୈତିକ ଇତିହାସର ଏକ ସନ୍ଧିକ୍ଷଣ । ଏହି ସମୟରେ ହିଁ ଭାରତର ଆର୍ଥିକ ଉଦାରୀକରଣ ନୀତିର ପ୍ରଚଳନ ହୋଇଥିଲା । ଏହି ଆର୍ଥିକ ଉଦାରୀକରଣ ବ୍ୟବସ୍ଥାର ପ୍ରଭାବ ବିଗତ ତିରିଶବର୍ଷ ଧରି ଭାରତୀୟ ଜନଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବିଦେଶୀ କମ୍ପାନୀମାନେ ଭାର ... celý popis
Urijština
Nákupem získáte 36 bodů
Anotace knihy
୧୯୯୦-୯୧ ମସିହା ଭାରତର ଅର୍ଥନୈତିକ ଇତିହାସର ଏକ ସନ୍ଧିକ୍ଷଣ । ଏହି ସମୟରେ ହିଁ ଭାରତର ଆର୍ଥିକ ଉଦାରୀକରଣ ନୀତିର ପ୍ରଚଳନ ହୋଇଥିଲା । ଏହି ଆର୍ଥିକ ଉଦାରୀକରଣ ବ୍ୟବସ୍ଥାର ପ୍ରଭାବ ବିଗତ ତିରିଶବର୍ଷ ଧରି ଭାରତୀୟ ଜନଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବିଦେଶୀ କମ୍ପାନୀମାନେ ଭାରତୀୟ ବଜାରରେ ପ୍ରବେଶ କରିଥିବାରୁ ଭାରତୀୟ ଗ୍ରାହକମାନେ ଲାଭବାନ ହୋଇଛନ୍ତି । ବିଦେଶୀ ପୁଞ୍ଜିର ସଫଳ ବିନିଯୋଗ ହେତୁ ଭାରତୀୟ ପ୍ରତିଭୂତି ବଜାରର ସୂଚନାଙ୍କ ବହୁମାତ୍ରାରେ ବୃଦ୍ଧିପାଇଛି । ଆୟାତ-ନିର୍ଯ୍ୟାତ ଆଇନ୍ରେ ପରିବର୍ତ୍ତନ ହେତୁ ଭାରତୀୟ କମ୍ପାନୀମାନେ ବିଶ୍ୱ ବଜାରରେ ନିଜର ଉତ୍ପାଦ ବିକିବା ସହ ନୂତନ ଜ୍ଞାନକୌଶଳ ଆହରଣ କରି ବିଦେଶୀ କମ୍ପାନୀମାନଙ୍କୁ କିଣିବାରେ ସକ୍ଷମ ହୋଇଛନ୍ତି । ଆର୍ଥିକ ଉଦାରୀକରଣର ଏହିଗୁଡ଼ିକ ହେଲା ଯୁକ୍ତାତ୍ମକ ପ୍ରଭାବ । ସମାଜରେ ବଢ଼ୁଥିବା ଧନୀ-ଗରିବର ତାରତମ୍ୟ, ଭ୍ରଷ୍ଟାଚାର, ସର୍ବସାଧାରଣ ସମ୍ପତ୍ତି ଉପରେ ପ୍ରମୁଖ ଭାରତୀୟ ନିଜ କ୍ଷେତ୍ର କମ୍ପାନୀମାନଙ୍କର ଲୋଲୁପଦୃଷ୍ଟି ଏବଂ ସାଂସ୍କୃତିକ ପ୍ରଦୂଷଣ ସହ ଯୌଥ ପାରିବାରିକ ବ୍ୟବସ୍ଥାର ଭଙ୍ଗୁରତା ବୃଦ୍ଧିପାଇବା ଅତ୍ୟନ୍ତ ଚିନ୍ତାର ବିଷୟ । ନବେ ଦଶକର ଆରମ୍ଭରୁ ମୋର ଧ୍ୟାନ, ଅନୁଶୀଳନ ଓ ଗବେଷଣା ଭାରତର ଅର୍ଥନୈତିକ ବ୍ୟବସ୍ଥା, ବଜାର ଓ ଏହାର ପ୍ରଭାବ ଏବଂ ଗ୍ରାହକୀୟ ବ୍ୟବହାର ଉପରେ ରହିଛି । ବଜାର ବ୍ୟବସ୍ଥା ଓ ଗ୍ରାହକ ବ୍ୟବହାରର ଛାତ୍ର ଏବଂ ପରବର୍ତ୍ତୀ ସମୟରେ ଶିକ୍ଷକ ହୋଇଥିବାରୁ ମୁଁ ବିଭିନ୍ନ ସମୟରେ ସାଧାରଣ ପାଠକମାନଙ୍କ ପାଇଁ ବୋଧଗମ୍ୟ ଭାଷାରେ 'ବଜାର ଯୁଦ୍ଧ' ନାମରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ଲେଖିବା ଆରମ୍ଭ କରିଥିଲି । ଅର୍ଥନୀତିର ଜଟିଳ ଗଣିତ ଓ ବ୍ୟାଖ୍ୟାରୁ ମୁକ୍ତ କରି ବଜାର ଓ ବ୍ରାଣ୍ଡ ସମ୍ବନ୍ଧୀୟ ବିଭିନ୍ନ ରୋଚକ ତଥ୍ୟମାନଙ୍କୁ ସାଧାରଣ ପାଠକ ସାମ୍ନାରେ ପ୍ରସ୍ତୁତ କରିଥିଲି । ଏପରି ଏକ ସ୍ତମ୍ଭ ପ୍ରକାରାନ୍ତରେ ଓଡ଼ିଶାର ଖବରକାଗଜ ଜଗତରେ ଏକ ସଫଳ ପରୀକ୍ଷା ବୋଲି ଅନେକ ମତ ଦେଇଥିଲେ ।
Parametry knihy
Zařazení knihy Knihy v němčině Sozialwissenschaften, Recht, Wirtschaft Wirtschaft Wirtschaft - Allgemeines
360 Kč
Urijština
Osobní odběr Praha, Brno a 46795 dalších
Copyright ©2008-26 nejlevnejsi-knihy.cz Všechna práva vyhrazenaSoukromíCookies
Vrácení do měsíce
571 999 099 (8-15.30h)Nákupní košík ( prázdný )