Tapamatra / Nejlevnější knihy
Tapamatra

Kód: 35360934

Tapamatra

Autor Debapriya Priyadarshi Chakra

କାହାଣୀରେ ଜୀବନ ଥିଲେ କାହାଣୀ ହୁଏ ହୃଦ୍ୟ । ଜୀବନରେ କାହାଣୀ ଥିଲେ ଜୀବନ ହୁଏ ଭବ୍ୟ । ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କର ଗଳ୍ପଗୁଡ଼ିକରେ ଜୀବନ ଦିଶିଯାଏ । ତେଣୁ ଗଳ୍ପଟିଏ ଆରମ୍ଭ କଲେ ଶେଷ କରିବାକୁ ମନ ବଳେ । ବେଳେବେଳେ ଚମକାଇ ଦିଏ 'ପଜଲ୍‌' ଭଳି ଗଳ୍ପ ଯାହା ଘଟିବା ଉଚିତ୍ ନହେଲ ... celý popis

294


Skladem u dodavatele
Odesíláme za 9-15 dnů
Přidat mezi přání

Mohlo by se vám také líbit

Dárkový poukaz: Radost zaručena

Objednat dárkový poukazVíce informací

Více informací o knize Tapamatra

Nákupem získáte 29 bodů

Anotace knihy

କାହାଣୀରେ ଜୀବନ ଥିଲେ କାହାଣୀ ହୁଏ ହୃଦ୍ୟ । ଜୀବନରେ କାହାଣୀ ଥିଲେ ଜୀବନ ହୁଏ ଭବ୍ୟ । ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କର ଗଳ୍ପଗୁଡ଼ିକରେ ଜୀବନ ଦିଶିଯାଏ । ତେଣୁ ଗଳ୍ପଟିଏ ଆରମ୍ଭ କଲେ ଶେଷ କରିବାକୁ ମନ ବଳେ । ବେଳେବେଳେ ଚମକାଇ ଦିଏ 'ପଜଲ୍‌' ଭଳି ଗଳ୍ପ ଯାହା ଘଟିବା ଉଚିତ୍ ନହେଲେ ମଧ୍ୟ ସମାଜରେ ଘଟୁନାହିଁ ବୋଲି କହିହେବ ନାହିଁ । ତାଙ୍କର 'ଭାତବାଲା' ଗଳ୍ପ ସତ୍ୟର ଗଳ୍ପରୂପ ପରି ଲାଗେ, ହୃଦୟକୁ ଛୁଏଁ । ତାଙ୍କର ଗଳ୍ପଗୁଡ଼ିକ ଆକାଶରୁ ଉଲ୍‌କା ଭଳି ଖସନ୍ତି ନାହିଁ, ମାଟିରୁ ପାଦତଳର ଘାସ ଭଳି ମୁଣ୍ଡ ଟେକନ୍ତି, ସମାଜର ଚିତ୍ରପଟ ପାଲଟିଯାଆନ୍ତି । ଦେବପ୍ରିୟଙ୍କର ହାତମୁଠାରେ ଜୀବନ କଥାକୁହେ । ତାଙ୍କର ଗାଳ୍ପିକ ଜୀବନ ସମ୍ଭାବନାମୟ । ଅଶେଷ ଆଶୀର୍ବାଦ ।

- ପ୍ରତିଭା ରାୟ


ଦେବପ୍ରିୟଙ୍କ କାହାଣୀରେ ନାଟକ ଅଛି, କବିତାର ଝଲକ ଅଛି । ଅନେକ ଗପ ଏକ ନିଶ୍ୱାସରେ ପଢିବା ଭଳି । ସାଧାରଣ ଜୀବନ ଭିତରେ ଅସାଧାରଣ ଚରିତ୍ରକୁ ଆବିଷ୍କାର କରିବାରେ ତାଙ୍କର ରହିଛି ଅଦ୍ଭୁତ ଦକ୍ଷତା ।

- ତରୁଣକାନ୍ତି ମିଶ୍ର


ଜଣେ ସଚେତନ ଓ ସଂଯତ ଗାଳ୍ପିକ ରୂପେ ନିଜର ପରିଚୟ ସୃଷ୍ଟି କରିିଥିବା ଦେବପ୍ରିୟ ଚଳନ୍ତି ସମୟର ଅନ୍ୟତମ ଅଗ୍ରଣୀ ଯୁବ ଲେଖକ । ଓଡ଼ିଆ ଗଳ୍ପର ପ୍ରବାହଧାରାକୁ ଅବିରତ ପ୍ରଖର କରିବାଦିଗରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ । ଦେବପ୍ରିୟଙ୍କ ଗଳ୍ପର କଥାବସ୍ତୁ ତାଙ୍କ ଅନୁଭୂତିରୁ ଉପଜାତ ଏବଂ ଉପସ୍ଥାପନା ଶୈଳୀ ଅଭିନବ ।

-ସଦାନନ୍ଦ ତ୍ରିପାଠୀ


ଦେବପ୍ରିୟ ସମକାଳର ଜଣେ ଅନୁଭୂତିସଂପନ୍ନ ନିଷ୍ଠାପର କଥାକାର । ତାଙ୍କ ଗଳ୍ପର ଆତ୍ମା - ବଳିଷ୍ଠ କାହାଣୀ, ସାମାଜିକ ବାସ୍ତବତା ଓ ପ୍ରତ୍ୟକ୍ଷ ଅନୁଭବର କଳାତ୍ମକ ଉପସ୍ଥାପନ । ବର୍ଣ୍ଣନାର ସଂକ୍ଷିପ୍ତତା ଓ କଥାକୁହା ଭାଷାର ପ୍ରୟୋଗ ଯୋଗୁ ଆରମ୍ଭରୁ ଶେଷ ଯାଏ ସ୍ରୋତର ଅନୁକୂଳରେ ପାଠକକୁ ଭସାଇନିଏ ତାଙ୍କ ଗପ ନଈର ମଝଧାର । ଓଡ଼ିଆ ସାହିତ୍ୟର ଗପ ପୃଥିବୀରେ ଦେବପ୍ରିୟ ପାଠକୀୟତାର ସଶକ୍ତ ଯୁକ୍ତାକ୍ଷର ।

-ଭୀମ ପୃଷ୍ଟି


Parametry knihy

Zařazení knihy Knihy v němčině Belletristik Erzählende Literatur Hauptwerk vor 1945

294

Oblíbené z jiného soudku



Osobní odběr Praha, Brno a 46611 dalších

Copyright ©2008-26 nejlevnejsi-knihy.cz Všechna práva vyhrazenaSoukromíCookies


Můj účet: Přihlásit se
Všechny knihy světa na jednom místě. Navíc za skvělé ceny.

Nákupní košík ( prázdný )

Vyzvednutí v Balikovně a PPL
boxech
zdarma nad 1 499 Kč.

Nacházíte se: